This browser does not support the video element.
ବଲାଙ୍ଗୀର: ଆଗଲପୁର ରାସ୍ତାରେ ୩୦ ଲିଟର ଦେଶି ମହୁଲି ମଦ ସହ ୨ ଚୋରାଚାଲାଣକାରୀ ଗିରଫ ହୋଇ କୋୖର୍ଟ ଚାଲାଣ
Balangir, Balangir | Sep 6, 2025
ଆଗଲପୁର ପୋଲିସଙ୍କ ଜାଲରେ ଦୁଇ ଦେଶି ମହୁଲି ମଦ ଚୋରାଚାଲାଣକାରୀ ଗିରଫ କୋୖର୍ଟ ଚାଲାଣ ବଲାଙ୍ଗୀର ଜିଲ୍ଲା ଆଗଲପୁର ପୋଲିସ ଗୋଟିଏ ବଡ଼ ସଫଳତା ହାସଲ କରିଛି । ଗାଇସିଲେଟ ଥାନା ଅନ୍ତର୍ଗତ ଛିନ୍ଦ୍ରାପାଲି ଗାଁର କୁଳମାଣି ସାହୁ ଓ ଖେମା ବରିହା ଙ୍କୁ ୩୦ ଲିଟର ଦେଶି ମହୁଲି ମଦ ସହିତ ଆଗଲପୁର ରାସ୍ତାରେ ପୋଲିସ ଜବତ କରିଛି । ସେମାନେ ଗୋଟେ Hero Super Splendor ବାଇକ୍ରେ ମଦ ବୋହିକି ଯାଉଥିବାବେଳେ ଧରାପଡ଼ିଛନ୍ତି । ଏହି ଘଟଣା ସମ୍ବନ୍ଧରେ ଆଗଲପୁର ଥାନାରେ ମାମଲା ନମ୍ବର 150, ଧାରା-52(ଏ)ରେ, ଓଡ଼ିଶା ଏକ୍ସାଇଜ୍ ଆକ୍ଟରେ କେଶ ରେଜିଷ୍ଟର ହୋଇଛି.