This browser does not support the video element.
କେନ୍ଦ୍ରାପଡା: କୃଷ୍ଣଦାସପୁର ଗ୍ରାମରେ ପହଞ୍ଚି ମୃତକ ଚନ୍ଦନ ଦାସଙ୍କ ଶୋକାକୁଳ ପରିବାରକୁ ସାନ୍ତ୍ୱନା ଦେଲେ ବିଧାୟକ ଗଣେଶ୍ୱର ବେହେରା
Kendrapara, Kendrapara | Aug 28, 2025
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକର ସିଂହଗାଁ ଗ୍ରାମପଞ୍ଚାୟତ ଅନ୍ତର୍ଗତ କୃଷ୍ଣଦାସପୁର ଗ୍ରାମରେ ଦୁଃଖଦ ଘଟଣା ଘଟିଛି ।ଏହି ଗ୍ରାମର ନୃସିଂହ ଚରଣ ଦାସଙ୍କ ପୁଅ ଚନ୍ଦନ ଦାସ ସଡ଼କ ଦୁର୍ଘଟଣାରେ ଦୁର୍ଭାଗ୍ୟବଶତଃ ଜୀବନ ହାରାଇଛନ୍ତି ଏହା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ପ୍ରସାରିତ ହୋଇଛି ।ଘଟଣାର ଖବର ପାଇ, କେନ୍ଦ୍ରାପଡା ମାନ୍ୟବର ବିଧାୟକ ଶ୍ରୀ ଗଣେଶ୍ୱର ବେହେରା ଆଜି ପ୍ରାୟ ୧ ଘଣ୍ଟିକା ସମୟରେ କୃଷ୍ଣଦାସପୁର ଗ୍ରାମରେ ପହଞ୍ଚି ମୃତକ ଚନ୍ଦନ ଦାସଙ୍କ ବାସଭବନରେ ଯାଇ ଶୋକାକୁଳ ପରିବାରଙ୍କୁ ସାନ୍ତ୍ୱନା ଓ ଗଭୀର ସମବେଦନା ଜଣାଇଥିଲେ ।