This browser does not support the video element.
ସୋନପୁର: ଶରଧାପାଲି ଉପ୍ରା ବିଦ୍ୟାଳୟ ନନ୍ଦନମାଲ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କଲେ ଶହ ଗୋଷ୍ଠୀ ଶିକ୍ଷାଧିକାରୀ
Sonapur, Subarnapur (Sonepur) | Aug 25, 2025
ମିଳିଥିବା ସୂଚନା ଅନୁସାରେ ଆଜି ଅପରାହ୍ନ ପ୍ରାୟ ୧ ଘଣ୍ଟା ପର୍ଯ୍ୟନ୍ତ ସୋନପୁର ଶହ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ପଣ୍ଡା ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ଶରଧା ପାଲି ଉ.ପ୍ରା ବିଦ୍ୟାଳୟ ର ବିଭିନ୍ନ ଶୈକ୍ଷିକ ଓ ସହ ଶୈକ୍ଷିକ ଦିଗ ପ୍ରତି ଶିକ୍ଷକ ମାନଙ୍କ ସହ ଆଲୋଚନା କରିବା ସଙ୍ଗେ ସଙ୍ଗେ ନନ୍ଦନମାଲ ପ୍ରାଥମିକ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କ ସହ ବିଭିନ୍ନ ବିଷୟ ଗୁଡ଼ିକୁ ନେଇ ବିସ୍ତୃତ ଆଲୋଚନା କରିଥିଲେ। ଶ୍ରୀଯୁକ୍ତ ପଣ୍ଡାଙ୍କ ଏହି ପରିଦର୍ଶନ ସମୟରେ ଉଭୟ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ l