Download Now Banner

This browser does not support the video element.

ସୋର: ଟେଣ୍ଟେଇ ଗ୍ରାମରେ ବିଦ୍ୟୁତ ସଟ ସର୍କିଟରୁ ଜଳିଗଲା ଦୁଇ ବଖରା ଘର, ନଗଦ ଟଙ୍କା ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ

Soro, Balasore | Aug 30, 2025
ସୋର ବ୍ଲକ ଟେଣ୍ଟେଇ ପଞ୍ଚାୟତ ଟେଣ୍ଟେଇ ଗ୍ରାମରେ ବିଦ୍ୟୁତ ସଟ ସର୍କିଟରୁ ଅଗ୍ନିକାଣ୍ଡ ଘଟି ଦୁଇ ବଖରା ଘର ଜଳି ଯାଇଥିବା ବେଳେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ପୋଡି ପାଉଁଶ ହୋଇଯାଇଛି। ସୂଚନା ଅନୁସାରେ ଏହି ଗ୍ରାମର ନନ୍ଦକିଶୋର ବାରିକ ମାନସିକ ଅନାଗ୍ରସର ହୋଇଥିବା ବେଳେ ତାଙ୍କ ସ୍ତ୍ରୀ ମଞ୍ଜୁଲତା ପୁରୁଣା ଲୁଗା ବ୍ୟବସାୟ କରି ପରିବାର ପ୍ରତିପୋଷଣ କରନ୍ତି। କିନ୍ତୁ ଆଜି ସନ୍ଧ୍ୟାରେ ତାଙ୍କ ଘରେ ବିଦ୍ୟୁତ ସଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିଲା। ସ୍ଥାନୀୟ ଲୋକେ ନିଆଁକୁ ଆୟତ୍ତ କରିବା ସହିତ ସୋର ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ।ସୋରରୁ ଅଗ୍ନିଶମ ବିଭାଗର ଦୁଇଟି ଦମକଳ ପହଞ୍ଚିଥିଲେ।
Read More News
T & CPrivacy PolicyContact Us