This browser does not support the video element.
ବଡଚଣା: ୧୬ନଂ ଜାତୀୟ ରାଜପଥର କଡେଇ ଛକ ନିକଟରେ ଦୁର୍ଘଟଣା ଘଟି ଦୁଇ ଜଣ ଆହତ
Badachana, Jajpur | Mar 28, 2024
ଗୁରୁବାର ସନ୍ଧ୍ୟା ୭ ଘଟିକା ସମୟରେ ୧୬ନଂ ଜାତୀୟ ରାଜପଥର କଡେଇ ଛକ ନିକଟରେ ଦୁର୍ଘଟଣାରେ ୨ ଜଣ ଆହତ ହୋଇଛନ୍ତି । ସୂଚନା ଅନୁସାରେ ମଙ୍ଗଳପୁର ଥାନା ଅନ୍ତର୍ଗତ ଚଣ୍ଡୀଗୋଳ ଗ୍ରାମର ମଙ୍ଗୁ ରାଉତ ଓ ନନ୍ଦୀପୁର ଶାସନର ସନ୍ତୋଷ ଶତପଥୀ ମୋଟର ସାଇକେଲ ଯୋଗେ କଟକ ଅଭିମୁଖେ ଯାଉଥିବା ବେଳେ କଡେଇ ଛକ ନିକଟରେ ପଛରୁ ଏକ କଣ୍ଟେନର ଆସି ଧକ୍କା ଦେଇଥିଲା l ଫଳରେ ଘଟଣାସ୍ଥଳରେ ଉଭୟ ପଡି ରହିଥିବା ବେଳେ ପୋଲିସ ଆହତଙ୍କୁ ଡାକ୍ତରଖାନା ପଠାଇଥିବା ଜଣାପଡିଛି ।