Download Now Banner

This browser does not support the video element.

ଆଳି: ବର୍ତ୍ତନୀ ଗାଁର ୭୨ବର୍ଷିୟ ପୁରୁଷତ୍ତମ ବିଶ୍ୱାଳଙ୍କ ମୃତଦେହ ଗାଁ ମୁଣ୍ଡ ଜଙ୍ଗଲରୁ ଉଦ୍ଧାର, ଅଂଶୁଘାତ ଜନିତ ମୃତ୍ୟୁ ସନ୍ଦେହ

Aali, Kendrapara | Apr 21, 2024
ରାଜକନିକା ଆଖୁଳିପଡା ପଞ୍ଚାୟତ ବର୍ତ୍ତନୀ ଗାଁର ପୁରୁଷ୍ୱତ୍ତମ ବିଶ୍ୱାଳ ଆଜି ଦିନ ବାରଟା ସମୟରେ ପଵନ ଖାଇବାକୁ ଗାଁ ମୁଣ୍ଡକୁ ଯାଇ ଆଉ ଘରକୁ ଫେରିନଥିଲେ। ପରିବାର ଲୋକ ଅନେକ ଖୋଜାଖୋଜି କରିବା ପରେ ପୁରୁଷ୍ଵତ୍ତମଙ୍କ ମୃତଦେହ ଗାଁ ମୁଣ୍ଡ ପୋଖରୀ ପାଖ ଜଙ୍ଗଲରୁ ମିଳିଥିଲା। ପରିବାର ଲୋକ ଓ ଗ୍ରାମବାସୀ ପୁରୁଷ୍ୱତ୍ତମ ଙ୍କ ମୃତଦେହକୁ ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଆଣିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଅପରାହ୍ନ ରେ ରାଜକନିକା ପୋଲିସ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଁଚି ପୁରୁଷ୍ୱତ୍ତମଙ୍କ ମୃତଦେହକୁ ଜବତ କରି ବ୍ୟବଛେଦ କରିବାକୁ ଆଳି ପଠାଇ ଥିବା ଜଣାପଡିଛି।
Read More News
T & CPrivacy PolicyContact Us