This browser does not support the video element.
ଜୟପୁର: ହୋଟେଲ ରେ ଭଙ୍ଗାରୁଜା ମାମଲା ବଙ୍ଗଳା ବାଡ଼ରୁ 3 ଅଭିଯୁକ୍ତ କୁ ଗିରଫ କରିଛି ଜୟପୁର ଟାଉନ ପୋଲିସ
Jeypore, Koraput | Sep 11, 2025
ହୋଟେଲ ରେ ଭଙ୍ଗାରୁଜା କରିଥିବା ନେଇ ଜୟପୁର ଟାଉନ ରେ ଅଭିଯୋଗ ହୋଇଛି l ଟଙ୍କା ନଦେବାରୁ ଜାତୀୟ ରାଜପଥ ୨୬ କଡରେ ଥିବା ଏକ ହୋଟେଲରେ କେତେକ ଦୁର୍ବୁତ୍ତ ଭଙ୍ଗାରୁଜା କରିଥିବା ମାମଲାରେ ଆଜି ଟାଉନ ପୁଲିସ ୩ଜଣକୁ ଗିରଫ କରି ସଂନ୍ଧ୍ୟା 5ଟାରେ କୋର୍ଟ ଚାଲାଣ କରିଛନ୍ତି। ଅଭିଯୁକ୍ତ ୩ଜଣ ହେଲେ ବଙ୍ଗଳାବାଡ ଅଞ୍ଚଳର ପୂର୍ଣ୍ଣ ନାୟକ, ରିତେଶ ମୁଦୁଲି, ସୁଭମ ଘଡେଇ। ଗତ ୬ ତାରିଖ ଦିନ ଦୁର୍ବୁତ୍ତ ମାନେ ହୋଟେଲକୁ ଯାଇ ୫ହଜାର ଟଙ୍କା ମାଗିଥିଲେ। ହୋଟେଲ ମାଲିକ ବାଲ୍ମିକୀ ମହାପାତ୍ର ଟଙ୍କା ଦେବାକୁ ମନା କରିବାରୁ ସେମାନେ ଦୋକାନ ବନ୍ଦ କରିବାକୁ ଧମକ ଦେଇଥିଲେ।