This browser does not support the video element.
ବାଲେଶ୍ବର ମ୍ୟୁନିସିପାଲଟି: ପଦ୍ମାବତୀ ୱାଟର ପାର୍କ ସଭାଗୃହ ଠାରେ ସନ୍ତରଣ ପ୍ରଶିକ୍ଷଣ ଶିବିର ଶୁଭାରମ୍ଭ କଲେ ଜିଲ୍ଲା କ୍ରୀଡ଼ା ଅଧିକାରୀ
Baleshwar M, Balasore | Sep 3, 2025
ଆଜି ପୂର୍ବାହ୍ନ ୧୧.୩୦ ମିନିଟ ସମୟରେ ସ୍ଥାନୀୟ ପଦ୍ମାବତୀ ୱାଟର ପାର୍କ ସଭାଗୃହ ଠାରେ ରାଜ୍ୟ ବିପର୍ଯ୍ୟ ପରିଚାଳନା କର୍ତ୍ତୃପକ୍ଷ ଓ ଜିଲ୍ଲା ଜରୁରୀ କାଳୀନ ବିଭାଗ ପକ୍ଷରୁ ଏକ ସନ୍ତରଣ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି ଶିବିରକୁ ଜିଲ୍ଲା କ୍ରୀଡ଼ା ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ଜେନା ଉଦଘାଟନ କରିଥିଲେ।ଏହି ଶିବିର ୬ ଦିନ ଧରି ଚାଲିବାକୁ ଥିବା ବେଳେ ଏଥିରେ ୩୦ ଜଣ ପ୍ରଶିକ୍ଷଣ ନେବେ ବୋଲି ସୂଚନା ଦିଆଯାଇଛି।ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ସାଇ କ୍ରିଷ୍ଣ ଜେନା, ଓଡରାଫ ଅଧିକାରୀ ସୁଶାନ୍ତ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।