This browser does not support the video element.
ଆନନ୍ଦପୁର: ଏଲକଣିଆ ନିକଟରେ ବାଇକ ଅରୋହିକୁ ବଞ୍ଚାଇବାକୁ ଯାଇ ରାସ୍ତା ତଳକୁ ଖସିଲା ବୋଲେରୋ
Anandapur, Kendujhar | Aug 22, 2025
ଆନନ୍ଦପୁର ଉପଖଣ୍ଡ ଏଲକଣିଆ ନିକଟରେ ଜଣେ ବାଇକ ଅରୋହିଙ୍କୁ ବଞ୍ଚାଇବାକୁ ଯାଇ ରାସ୍ତା ତଳକୁ ଖସି ଯାଇଛି ଏକ ବୋଲେରୋ। ଅଳ୍ପକେ ରକ୍ଷା ପାଇଛନ୍ତି ଏହାର ଚାଳକ। ସୂଚନା ଅନୁଯାୟୀ ଆଜି ଦିନ୧୨ଟା ବେଳେ ଏକ ବୋଲେରୋ ଏଲକଣିଆ ଜାବିନିପୁର ରାସ୍ତା ରେ ଯାଉଥିବା ବେଳେ ଅକସ୍ମାତ ଜଣେ ବାଇକ ଅରୋହି ସାମ୍ନାକୁ ଆସିଯିବାରୁ ବୋଲେରୋ ଚାଳକ ଭାରସାମ୍ୟ ହରାଇ ଥିଲେ। ବୋଲେରୋ ଟି ରାସ୍ତା ତଳକୁ ଖସିଯାଇ ପୋଖରୀ କୂଳରେ ଏକ ଖୁଣ୍ଟକୁ ଧକ୍କା ଦେଇ ଅଟକି ଯାଇଛି। ସୌଭାଗ୍ୟ ବଶତଃ ବୋଲେରୋ ଚାଳକ ଅଳ୍ପକେ ରକ୍ଷା ପାଇ ଯାଇଛନ୍ତି।