This browser does not support the video element.
ଗୋବିନ୍ଦପୁର: ବାମରା ବିଜେପି ମଣ୍ଡଳ ପକ୍ଷରୁ ଉଚ୍ଚକାପାଟ ଠାରେ ସେବା ପକ୍ଷ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
Govindpur, Sambalpur | Sep 10, 2025
ବାମରା ବିଜେପି ମଣ୍ଡଳ ପକ୍ଷରୁ ଉଚ୍ଚକାପାଟ ପଂଚାୟତ ଅଫିସ ଠାରେ ମଣ୍ଡଳ ସ୍ତରୀୟ ସେବା ପକ୍ଷ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୁଧବାର ଅପରାହ୍ନ ୪ ଟା ସମୟରେ ଆୟୋଜିତ ହୋଇଥିବା ଉକ୍ତ ବୈଠକରେ ଆସନ୍ତା ସେପ୍ଟେମ୍ବର ୧୭ ତାରିଖରୁ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ସେବା ପକ୍ଷ ଅବସର ରେ ରକ୍ତଦାନ ଶିବିର, ସ୍ୱଚ୍ଛତା ଅଭିଯାନ ବୃକ୍ଷରୋପଣ ଓ ଅନ୍ୟ ସେବା କାର୍ଯ୍ୟ ଆୟୋଜନ କରିବା ନେଇ ଆଲୋଚନା କରାଯାଇ ଥିଲା।