Download Now Banner

This browser does not support the video element.

ରାଇରଙ୍ଗପୁର ସହର: ଆଦିବାସୀ ହୋ ସମ୍ପ୍ରଦାୟ ପ୍ରତିନିଧି ଦଳ ଦିଲ୍ଲୀ ଯାଇ ଗୃହମନ୍ତ୍ରୀଙ୍କୁ ବାସ ଭବନରେ ଭେଟିଲେ

Rairangpur Town, Mayurbhanj | Sep 19, 2024
ଭାରତୀୟ ସମ୍ବିଧାନର ଅଷ୍ଟମ ସୂଚୀରେ 'ହୋ' ଭାଷା କୁ ଅନ୍ତର୍ଭୁକ୍ତ କରିବା ଦାବିକୁ ସମର୍ଥନ କରି ବିଭିନ୍ନ ରାଜ୍ୟରୁ 'ହୋ' ସମ୍ପ୍ରଦାୟର ପ୍ରତିନିଧୀମାନେ ଭାରତ ସରକାରଙ୍କ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ନୂଆଦିଲ୍ଲୀସ୍ଥିତ ବାସ ଭବନରେ ଭେଟିଥିଲେ। କେନ୍ଦ୍ର ସ୍ଵରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଦିବାସୀ ହୋ ସମ୍ପ୍ରଦାୟର ୮ ଜଣ ସଦସ୍ୟ ବିଶିଷ୍ଟ ପ୍ରତିନିଧୀଙ୍କୁ 'ହୋ' ଭାଷାକୁ ଭାରତୀୟ ସମ୍ବିଧାନର ଅଷ୍ଟମ ସୂଚୀରେ ଅନ୍ତର୍ଭୁକ୍ତ କରିବାକୁ ଆଶ୍ୱାସନା ଦେଇଛନ୍ତି ବୋଲି ଆଜି ସନ୍ଧ୍ୟା ୬ ଟା ସମୟ ହୋ ଭାଷା କମିଟି ମୁଖ୍ୟ ମନୋରଞ୍ଜନ ତିରିଆ ଦେଇଛନ୍ତି।
Read More News
T & CPrivacy PolicyContact Us