Download Now Banner

This browser does not support the video element.

ସୋର: ସାପ କାମୁଡ଼ାରେ ସଜନାଗଡ଼ ଗ୍ରାମର ମହିଳାଙ୍କ ସୋର ମେଡ଼ିକାଲରେ ମୃତ୍ୟୁ

Soro, Balasore | Aug 31, 2025
ସାପ କାମୁଡାରେ ସଜନାଗଡ ଗ୍ରାମର ଜଣେ ମହିଳାଙ୍କର ସୋର ମେଡ଼ିକାଲରେ ମୃତ୍ୟୁ ହୋଇଥିବା ଜଣାପଡିଛି। ମିଳିଥିବା ସୁଚନା ଅନୁସାରେ ନିଳଗିରୀ ଥାନା ସଜନାଗଡ ଗ୍ରାମର ଅନୀଲ ସିଂ ଙ୍କ ସ୍ତ୍ରୀ କୁନି ସିଂ ଗତ ୨୭ ତାରିଖରେ ବାପା ଘର ସିନ୍ଧୁଆକୁ ବୁଲିବାକୁ ଆସିଥିଲେ।କିନ୍ତୁ ଗତକାଲି ରାତିରେ ତାଙ୍କୁ ଏକ ବିଷଧର ସାପ କାମୁଡିଥିଲା। ଆଜି ସକାଳେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ପରିବାର ଲୋକେ ସୋର ଡାକ୍ତରଖାନାକୁ ଆଣିଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସୋର ପୁଲିସ ଡାକ୍ତରଖାନାରେ ପହଞ୍ଚି ଏକ ମାମଲା ରୁଜ୍ଜୁ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।
Read More News
T & CPrivacy PolicyContact Us