This browser does not support the video element.
ସତ୍ୟବାଦୀ: ବ୍ଲକ ସଭାଗୃହରେ ପଞ୍ଚାୟତ ସମିତିର ଷଷ୍ଠ ସାଧାରଣ ବୈଠକ ଅନୁଷ୍ଠିତ, ଯୋଗଦେଲେ ବିଧାୟକ
Satyabadi, Puri | Sep 23, 2024
ସତ୍ୟବାଦୀ ପଞ୍ଚାୟତ ସମିତିର ଷଷ୍ଠ ସାଧାରଣ ବୈଠକ ବ୍ଲକ ସଭାଗୃହରେ ଆଜି ଦିନ ୧୨ଟାରେ ଅନୁଷ୍ଠିତ ହୋଇଯାଇଛି। ସମିତି ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା ବୈଠକରେ ଅଧ୍ୟକ୍ଷତା କରିଥିଲେ। ମୁଖ୍ୟ ଅତିଥି ସତ୍ୟବାଦୀ ବିଧାୟକ ଓମ୍ ପ୍ରକାଶ ମିଶ୍ର ଯୋଗଦେଇ ପଞ୍ଚାୟତ ସମିତିର ନିର୍ଦ୍ଧାରିତ କାର୍ଯ୍ୟସୂଚୀ ସହିତ ରାଜ୍ୟ ସରକାର କୃଷି, ଜଳସେଚନ, ଶିକ୍ଷା, ସ୍ଵାସ୍ଥ୍ୟ, ଗମନାଗମନ ଏବଂ ବିଭିନ୍ନ ଜନ କଲ୍ୟାଣ ଯୋଜନାର ସଫଳ ରୁପାୟନ ପାଇଁ ଅଗ୍ରାଧିକାର ଦେବ ବୋଲି କହିଥିଲେ।