This browser does not support the video element.
ଜୟପୁର: ଜୟପୁର ବ୍ଲକ ଅନ୍ତର୍ଗତ ଅନ୍ତା ଠାରେ ପଞ୍ଚାୟତ ସ୍ତରିୟ ଅଭିଯୋଗ ଓ ଜନ ଶୁଣାଣି ଶିବିର
Jeypore, Koraput | Sep 1, 2025
ଜୟପୁର ବ୍ଲକ ଅନ୍ତର୍ଗତ ଅନ୍ତା ଠାରେ ପଞ୍ଚାୟତ ସ୍ତରିୟ ଅଭିଯୋଗ ଓ ଜନ ଶୁଣାଣି ଶିବିର ଆଜି ଦିନ 11ଟାରେ ଆରମ୍ଭ ହୋଇ ଅପରାହ୍ନ 2 ଟାରେ ଶେଷ ହୋଇଛି । ଏହି ଅଭିଯୋଗ ଶୁଣାଣିରେ ଏବିିଡିଓ ମନୋଜ ନାୟକ, ସହକାରୀ ନିର୍ବାହୀ ଯନ୍ତ୍ରୀ ବିଜୟ ନନ୍ଦ, ସହକାରୀ ଯନ୍ତ୍ରୀ ରଂଜିତା ରାଣୀ ପଣ୍ଡା, ଡିଡବ୍ଲୁଓ ଆଭା ପ୍ରଧାନ ସହ ଅନ୍ୟ ଲାଇନ ର ବ୍ଲକ ସ୍ତରିୟ ଅଧିକାରି ମାନେ ଉପସ୍ଥିତ ଥିଲେ । ଏଥିରେ ପଞ୍ଚାୟତର ବିଭିନ୍ନ ଗ୍ରାମର ଗ୍ରାମବାସୀ ଉପସ୍ଥିତ ଥିଲେ । ଗ୍ରାମବାସୀ ମାନେ ବିଭାଗର ଅଧିକାରି ମାନଙ୍କୁ ରାସ୍ତା ନିର୍ମାଣ, ପାନୀୟ ଜଳ ଯୋଗାଣ ଆଦି ଅଭିଯୋଗ କରିଥିଲେ ।