This browser does not support the video element.
ହିନ୍ଦୋଳ: ପଶାସିଂହ ନିକଟରେ ହାତୀର ଗଳିତ ମୃତଦେହ ଠାବ,ଗୁଳିକାରୀ ହତ୍ୟା ସନ୍ଦେହ
Hindol, Dhenkanal | Oct 8, 2025
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଫରେଷ୍ଟ ରେଞ୍ଜ ରାସୋଳ ସେକ୍ସନ ପଶାସିଂହ ବିଟ ହାଉସ ନିକଟରେ ଏକ ଛୋଟ ହାତୀକୁ ଶିକାରୀ ଗୁଳିକରି ହତ୍ୟା କରିଥିବା ଅଭିଯୋଗ ସାମ୍ନାକୁ ଆସିଛି। ଏହି ହାତୀ ଛୁଆର ମୃତ୍ୟୁ ଗତ 4/5 ଦିନ ତଳୁ ହୋଇଥିବା ଅନୁମାନ କରାଯାଉଛି। ବନ ବିଭାଗ ବିଟ ହାଉସ ନିଜଟରୁ ମାତ୍ର ଏକ କିମି ଦୂରରେ ଏପରି ଘଟଣା ଘଟିଥିବା ବେଳେ ବନ ବିଭାଗ ପାଖରେ ଖବର ନଥିବା ସମସ୍ତଙ୍କୁ ଚକିତ କରିଛି। ଖବର ପାଇ ବନାଞ୍ଚଳ ଅଧିକାରୀ ଏବଂ ଫରେଷ୍ଟ କର୍ମଚାରୀମନେ ପହଂଚି ଅନୁଧ୍ୟାନ କରୁଛନ୍ତି।ଦୁଇଟି ସ୍ଥାନରେ ଗୁଳି ବାଜିଥିବାର ପ୍ରାଥମିକ ଭାବେ ଜଣାପଡୁଛି।ପୋଷ୍ଟ ମାର୍ଟମ ପରେ ସଠିକ ଭାବେ ମୃତ୍ୟୁର କା