Download Now Banner

This browser does not support the video element.

ବାଲେଶ୍ବର ମ୍ୟୁନିସିପାଲଟି: ଉଦ୍ୟୋଗ ଭବନ ଠାରେ ପାଳିତ ହେଲା ଇଣ୍ଟାକ ବାଲେଶ୍ଵର ଚାପଟାର ର ୧୬ତମ ପ୍ରତିଷ୍ଠା ଦିବସ

Baleshwar M, Balasore | Sep 5, 2025
ଆଜି ପୂର୍ବାହ୍ନ ୧୧ ଟାରେ ସ୍ଥାନୀୟ ଉଦ୍ୟୋଗ ଭବନ ଠାରେ ଇଣ୍ଡିଆନ ନ୍ୟାସନାଲ ଟ୍ରଷ୍ଟ ଫର ଆର୍ଟ ଏଣ୍ଡ କଲଚୁରାଲ ହେରିଟେଜ, ଇଣ୍ଟାକ ବାଲେଶ୍ଵର ର ୧୬ତମ ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି।ଏହି ଅବସରରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଓଡ଼ିଶା ପ୍ରଶାସନିକ ଅଧିକାରୀ ଜ୍ଞାନରଞ୍ଜନ ଦାଶ ଯୋଗଦେଇ ଜିଲ୍ଲାର ଐତିହ୍ୟ,ସଂସ୍କୃତି ଓ କଳା ର ରକ୍ଷା ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ।ସମ୍ମାନିତ ଅତିଥି ଭାବେ ଇଣ୍ଟାକ ରାଜ୍ୟ ଆବାହକ ଡ଼ଃ ବିଶ୍ୱଜିତ୍ ମହାନ୍ତି,ଜିଲ୍ଲା ସହ ଆବାହକ ସଂଗ୍ରାମ ଦାସ,ନିକୁଞ୍ଜ ବିହାରୀ ଦାସ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ।
Read More News
T & CPrivacy PolicyContact Us