Download Now Banner

This browser does not support the video element.

ବଲାଙ୍ଗୀର: ସାଉନ୍ତପୁର ଗ୍ରାମରେ ମା’ ସାଉନ୍ତେଇ ଦେବୀ ମନ୍ଦିରରେ ପାରମ୍ପରିକ ରୀତିରେ ନବାନ୍ନ ଭୋଗ ଲାଗିହୋଇଲା

Balangir, Balangir | Aug 22, 2025
ସାଉନ୍ତପୁରରେ ମା’ ସାଉନ୍ତେଇ ଦେବୀଙ୍କ ନବାନ୍ନ ଭୋଗ ବଲାଙ୍ଗିର ପୁଇଁନ୍ତଲା ବ୍ଲକର ସାଉନ୍ତପୁର ଗ୍ରାମରେ ମା’ ସାଉନ୍ତେଇ ଦେବୀଙ୍କ ମନ୍ଦିରରେ ନବାନ୍ନ ଭୋଗ ଲାଗିହୋଇଛି । ପୂଜକ ମାଣିକ ଥନାପତି ଓ ସହଯୋଗୀମାନେ ନୂଆଁ ଧାନରେ ଖିରି, କାକରା ପିଠା ସହିତ ବିଭିନ୍ନ ବ୍ୟଞ୍ଜନ ପ୍ରସ୍ତୁତ କରି ମା’ଙ୍କୁ ଭୋଗ ଅର୍ପଣ କରିଥିବା ସୁଚନା ଆଜି ଅପରାହ୍ନ ୩ଟା ସମୟ ରେ ଦେଇ ଛନ୍ତି। ପାଶ୍ୱର୍ ଦେବାଦେବୀଙ୍କୁ ମଧ୍ୟ ନବାନ୍ନ ଦିଆଯାଇଥିଲା । ପରମ୍ପରା ଅନୁସାରେ, ଏହି ଦିନେ ନୂଆଁ ଲାଗିିବା ପରେ ଭୋଗ ବିସର୍ଜନ ହୁଏ, କିନ୍ତୁ ଗାଁଲୋକଙ୍କ ‘ନୂଆଁଖାଇ’ ପାଳନ ଆସନ୍ତା ୨୮ ତାରିଖରେ କରାଯିବ ।
Read More News
T & CPrivacy PolicyContact Us