Download Now Banner

This browser does not support the video element.

ଆନନ୍ଦପୁର: ଝାଡେଶ୍ୱର ଠାରେ ଗୁରୁଦିବସକୁ କଳାଦିବସ ଭାବେ ପାଳନ କଲେ ମହାବିଦ୍ୟାଳୟର ମ୍ୟାନେଜମେଣ୍ଟ କର୍ମଚାରୀ ସଙ୍ଘ

Anandapur, Kendujhar | Sep 5, 2025
ଗୁରୁଦିବସକୁ କଳାଦିବସ ଭାବେ ପାଳନ କଲେ ମହାବିଦ୍ୟାଳୟର ମ୍ୟାନେଜମେଣ୍ଟ କର୍ମଚାରୀ ସଙ୍ଘ। ୨୦୦୮ ମସିହାରୁ ୨୦୧୮ ମସିହା ପର୍ଯ୍ୟନ୍ତ ମହାବିଦ୍ୟାଳୟ ମ୍ୟାନେଜମେଣ୍ଟ ଦ୍ୱାରା ନିଯୁକ୍ତି ପାଇଥିବା ଅଧ୍ୟାପକ ଓ କର୍ମଚାରୀ ମାନଙ୍କୁ ସରକାରୀ ଅନୁଦାନ ମିଳିବାକୁ ବାରମ୍ବାର ଦାବି ହେଉଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି। ଏହାକୁ ବିରୋଧ କରି ଓଡିଶା ରାଜ୍ୟ ବେସରକାରୀ ଅଧ୍ୟାପକ ଏବଂ କର୍ମଚାରୀ ସଂଘର ଆହ୍ୱାନ କ୍ରମେ  କଲମ ଛାଡ଼ ଆନ୍ଦୋଳନ ଜାରି ରହିଛି।  ଆଜି ଗୁରୁଦିବସ ଅବସରରେ ଝାଡ଼େଶ୍ୱର ମନ୍ଦିର ନିକଟରେ ଦିନ ୧୨ଟା ବେଳେ ସମସ୍ତେ ଏକଜୁଟ ହୋଇ କଳାଦିବସ ଭାବେ ପାଳନ କରିଛନ୍ତି।
Read More News
T & CPrivacy PolicyContact Us