This browser does not support the video element.
ମାଲକାନଗିରି: ରାଜ୍ୟ ସ୍ତରୀୟ ପ୍ରବନ୍ଧ ପ୍ରତିଯୋଗିତାରେ ବାଲିମେଳା ଝିଅ ଇପ୍ସିତା ପ୍ରଥମ, ସମ୍ମାନିତ କଲେ ବ୍ଲକ ଶିକ୍ଷାଧିକାରୀ
Malkangiri, Malkangiri | Sep 4, 2025
ମାଲକାନଗିରି ଜିଲ୍ଲା ବାଲିମେଳାର ଝିଅ ଇପ୍ସିତା ରାଜ୍ୟ ସ୍ତରୀୟ ପ୍ରବନ୍ଧ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରି ବାଲିମେଳା ଓ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ଗତ ଜୁଲାଇ ମାସରେ ଓଡିଶା ସାହିତ୍ୟ ଏକାଡେମୀ ତରଫରୁ ଭୁବନେଶ୍ୱର ସ୍ଥିତ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ରାଜ୍ୟ ସ୍ତରୀୟ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ବାଲିମେଳା ସରକାରୀ ଉଚ୍ଚ ବିଦ୍ୟାଳୟରେ ପଢ଼ୁଥିବା ସପ୍ତମ ଶ୍ରେଣୀ ଛାତ୍ରୀ ଇପ୍ସିତା ସ୍ୱାଇଁ ଭାଗ ନେଇ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ସେଠାରେ ତାଙ୍କୁ ମାନ ପତ୍ର ସହ ପାଞ୍ଚ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା। ସେ ଲେଖିଥିବା ପ୍ରବନ୍ଧ