This browser does not support the video element.
ଦଶପଲ୍ଲା: ପୁରୁଣା ଦଶପଲ୍ଲାରେ ପୋଖରୀରେ ବୁଡି ନାବାଳିକା ମୃତ
Dasapalla, Nayagarh | Apr 19, 2024
ଦଶପଲ୍ଲା ବ୍ଳକ ଖମାରସାହି ପଞ୍ଚାୟତ ଅନ୍ତର୍ଗତ ପୁରୁଣାଦଶପଲ୍ଲାରେ ଶୁକ୍ରବାର ଦିନ ଅପରାହ୍ନ ୧ ଟା ସମୟରେ ପୋଖରୀରେ ବୁଡି ଜନୈକା ନାବାଳିକା ମୃତ୍ୟୁବରଣ କରିଛନ୍ତି। ନାବାଳିକା ଜଣକ ଗ୍ରାମର ପ୍ରଶନ୍ନ ରଣାଂକ ଚାରିବର୍ଷର କନ୍ଯା ଯଶୋଦା ରଣା ବୋଲି ଜଣାପଡିଛି। ଗ୍ରାମବାସୀ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେଁ ଚିକିତ୍ସା ନିମନ୍ତେ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଡାକ୍ତର ସେଠାରେ ଯଶୋଦାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣା ଅଂଚଳରେ ଶୋକରଛାୟା ଖେଳାଇ ଦେଇଛି।