This browser does not support the video element.
ମାଲକାନଗିରି: ଉପ ଜିଲ୍ଲାପାଳଙ୍କ ପଡ଼ିଆ ବ୍ଲକ ଗସ୍ତ, ମେଡିକାଲ ଓ ସ୍କୁଲ କଲେ ପରିଦର୍ଶନ
Malkangiri, Malkangiri | Aug 22, 2025
ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ଗସ୍ତରେ ଆଜି ଦିନ ୩ଟା ସମୟରେ ଯାଇଥିଲେ ଉପ ଜିଲ୍ଲାପାଳ ଅସ୍ନି ଏ.ଏଲ। ଉପ ଜିଲ୍ଲାପାଳ ଗସ୍ତରେ ଯାଇ ପ୍ରଥମେ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଏହାପରେ ବ୍ଲକ ବିଡ଼ିଓ ଙ୍କ ସହ ସ୍ଥାନୀୟ ଅଞ୍ଚଳର ଅଙ୍ଗନବାଡି କେନ୍ଦ୍ର, କନ୍ୟାଶ୍ରମ ବାଳିକା ଉଚ୍ଚ ବିଦ୍ୟାଳୟ, ସାବେରୀ ନଦୀ କୂଳ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏଭଳି ବିଭିନ୍ନ ସ୍ଥାନ ପରିଦର୍ଶନ ରେ ଯାଇଥିଲେ। ଉପ ଜିଲ୍ଲାପାଳ ଙ୍କ ଗସ୍ତ ସମୟରେ ବ୍ଲକ ବିଡ଼ିଓ ଙ୍କ ସମେତ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ।