This browser does not support the video element.
ସୋର: ପଠାଣ ମହଲ୍ଲା ମସଜିଦ ନିକଟରୁ ଯୁବକଙ୍କୁ ମାଡ଼ ମାରି ନେଇଗଲେ ମୋବାଇଲ ଏବଂ ନଗଦ ଟଙ୍କା, ଥାନାରେ ଅଭିଯୋଗ
Soro, Balasore | Aug 23, 2025
ସୋର ପୌରପାଳିକା ଅନ୍ତର୍ଗତ ପଠାଣ ମହଲ୍ଲା ମସଜିଦ ନିକଟରେ ଶନିବାର ରାତିରେ ଯୁବକଙ୍କୁ ଆକ୍ରମଣ କରି ମୋବାଇଲ ଏବଂ ୫ ହଜାର ଟଙ୍କା ଲୁଟି ନେଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ ଛତ୍ରପୁର ଗ୍ରାମର ସେକ ବଣ୍ଟି ପାର ମହଲ୍ଲା ଗ୍ରାମର ସେକ ସେରୋ ନିକଟରେ କାମ କରୁଥିଲେ।ପରେ ବଣ୍ଟି ତାଙ୍କ ନିକଟରେ କାମ ନ କରି ଅନ୍ୟ ଜଣଙ୍କ ନିକଟରେ କାମ କରୁଥିଲେ।କିନ୍ତୁ ଶନିବାର ରାତିରେ ବଣ୍ଟି କାମ ସାରି ମାଲିକଙ୍କ ନିକଟରୁ ପଇସା ନେଇ ଘରକୁ ଫେରୁଥିବା ବେଳେ ମସଜିଦ ନିକଟ ରେ ସେରୋ ତାଙ୍କୁ ଅଟକାଇ ମାଡ଼ ମାରିବା ସହିତ ମୋବାଇଲ ଏବଂ ମୋବାଇଲ ୫ ହଜାର ଟଙ୍କା ନେଇ ଯାଇଥିଲେ।