Download Now Banner

This browser does not support the video element.

ସୋର: ନାୟକବନ୍ଧ ପୋଲ ତଳେ ବାଇକକୁ ଧକା ଦେଲା କାର, ୩ ବାଇକ ଆରୋହୀ ଗୁରୁତ୍ତର

Soro, Balasore | Aug 21, 2025
ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ନାୟକବନ୍ଧ ପୋଲ ତଳେ ଏକ କାର ବାଇକକୁ ଧକା ଦେବା ଫଳରେ ୩ ଜଣ ବାଇକ ଆରୋହୀ ଗୁରୁତ୍ତର ଆହତ ହୋଇ ସୋର ମେଡିକାଲରୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ ହୋଇଛନ୍ତି। ସୂଚନା ଅନୁସାରେ ଆଜି ରାତିରେ ନାୟକବନ୍ଧ ଗ୍ରାମର ଗଣେଶ୍ୱର ସିଂ,ଦୂଷିଆ ଦାସ ଏବଂ ବାଲେଶ୍ୱର ଆଇଟିଆଇ ଅଞ୍ଚଳର ରବି ଟୁଡୁ ବାଇକ ଯୋଗେ ବିଦୁରୁ ନାୟକବନ୍ଧ ଗ୍ରାମକୁ ଫେରୁଥିବା ବେଳେ ନାୟକବନ୍ଧ ପୋଲ ତଳେ ବିପରୀତ ଦିଗରୁ ଆସୁଥିବା ଓଡି ୦୧ ଏୱାଇ ୦୧୬୯ ନମ୍ବର ବିଶିଷ୍ଟ ଏକ କାର ଦ୍ରୁତ ଗତିରେ ଆସି ବାଇକକୁ ଧକା ଦେଇଥିଲା। ଫଳରେ ୩ ଜଣ ବାଇକ ଆରୋହୀ ଗୁରୁତ୍ତର ଆହତ ହୋଇଥିଲେ।
Read More News
T & CPrivacy PolicyContact Us