This browser does not support the video element.
ଗୋବିନ୍ଦପୁର: ବାମରା ର ବିଭିନ୍ନ ସ୍ଥାନରେ ଆୟୋଜିତ ହୋଇ ଆସୁଥିବା ଗଣେଶ ପୂଜା ଉଦଯାପିତ
Govindpur, Sambalpur | Aug 31, 2025
ବାମରା ସ୍ଥିତ ଗୋବିନ୍ଦପୁର ଓ ମୁଣ୍ଡାଢିପା ସମେତ ବିଭିନ୍ନ ସ୍ଥାନ ରେ ଆୟୋଜିତ ହୋଇ ଆସୁଥିବା ଗଣେଶ ପୂଜା ସମାରୋହ ରେ ଉଦଯାପିତ ହୋଇ ଯାଇଛି। ସୂଚନା ଅନୁସାରେ ସମ୍ବଲପୁର ଜିଲ୍ଲା ବାମରା ସ୍ଥିତ ଗୋବିନ୍ଦପୁର, ଦଲଦଲିଆ ପଡ଼ା, ଷ୍ଟେସନ ବସ୍ତି, ସିସାଲଫାର୍ମ ପଡ଼ା, ଖୋଖୋପଡ଼ା, ଡୁମେରମୁଣ୍ଡା, ପଣ୍ଡରିପଥର ଓ ମୁଣ୍ଡାଢିପା ଠାରେ ସମାରୋହ ରେ ଆୟୋଜିତ ହୋଇ ଆସୁଥିବା ଗଣେଶ ପୂଜା ରବିବାର ସନ୍ଧ୍ୟା ପ୍ରାୟ ୭ ଟା ସମୟରେ ଉଦଯାପିତ ହୋଇ ଯାଇଛି। ଏହାର ଭସାଣୀ ଶୋଭାଯାତ୍ରା ରେ ଶତାଧିକ ମହିଳା ଓ ପୁରୁଷ ମାନେ ଯୋଗ ଦେଇଥିଲେ।