Download Now Banner

This browser does not support the video element.

ବଲାଙ୍ଗୀର: ସହରରେ ବଢୁଥିବା ବୁଲା କୁକୁର ଓ ଗୋରୁ-ଗାଈ ସମସ୍ୟାକୁ ନେଇ କୋର୍ଟ ପରିସରରେ ପ୍ରତିକ୍ରିୟା ରଖିଲେ ଓକିଲ ସଂଘ ସଭାପତି

Balangir, Balangir | Aug 30, 2025
ବଲାଙ୍ଗୀର: ସହରରେ ଦିନକୁଦିନ ବଢୁଥିବା ବୁଲା କୁକୁର ଓ ଗୋରୁ-ଗାଈ ସମସ୍ୟାକୁ ନେଇ ଆଜି କୋର୍ଟ ପରିସରରେ ଓକିଲ ସଂଘ ସଭାପତି ବାସୁଦେବ ରଥ ପ୍ରତିକ୍ରିୟା ରଖିଛନ୍ତି । ସେ କହିଥିଲେ, ସହରରେ ଯାହାହେତୁ ଏହି ସମସ୍ୟା ଦିନକୁଦିନ ଗମ୍ଭୀର ରୂପ ନେଉଛି, ସାଧାରଣ ଲୋକଙ୍କ ଦିନଚର୍ୟାରେ ବାଧା ସୃଷ୍ଟି ହେଉଛି । ବିଶେଷକରି ସ୍କୁଲ-କଲେଜର ଛାତ୍ରଛାତ୍ରୀ, ବୃଦ୍ଧମାନଙ୍କ ସହିତ ସାଧାରଣ ଯାତ୍ରୀମାନେ ବିଶେଷ ଭାବେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସଭାପତି ବାସୁଦେବ ରଥ ଏହି ପରିସ୍ଥିତିକୁ ଦୂର କରିବା ପାଇଁ ପୌରପାଳିକା ଓ ପ୍ରଶାସନକୁ ସତର୍କ ହେବାକୁ ଆହ୍ୱାନ କରିଛନ୍ତି ।
Read More News
T & CPrivacy PolicyContact Us