This browser does not support the video element.
କବିସୂର୍ଯ୍ୟନଗର: କାଳିମେଘି ପଂଚାୟତ ରେ ପ୍ରବାସୀ ଶ୍ରମିକ ସଚେତନତା ଶିବିର ଅନୁଷ୍ଠିତ
Kabisuryanagar, Ganjam | Sep 11, 2025
ଜିଲ୍ଲା ପ୍ରଶାସନ ଓ ଶ୍ରମ ବିଭାଗ ଓଡିଶା ସରକାରଙ୍କ ନିର୍ଦେଶ କ୍ରମେ କାଳିମେଘି ସରପଞ୍ଚ ଅର୍ଚନା ତ୍ରିପାଠୀ ଙ୍କ ତତ୍ୱାବଧାନରେ ପଂଚାୟତ ସଭା ଗୃହରେ ଆନ୍ତଃରାଜ୍ୟ ପ୍ରବାସୀ ଶ୍ରମିକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗଞ୍ଜାମ ଜିଲ୍ଲା ସହ ଶ୍ରମ ଅଧିକାରୀ ସୋମନାଥ ପାତ୍ର ଶ୍ରମିକ ମଙ୍ଗଳ ସଂଯୋଜକ ଦେବାଶିଷ ନାୟକ, ସମିତି ସଭ୍ୟା ନୟନୀ ଗୌଡ଼ ଯୋଗଦେଇ ସଚେତନତା କରିଥିଲେ । କୌଣସି ବ୍ୟକ୍ତି ଆନ୍ତଃରାଜ୍ୟ ରେ ଶ୍ରମିକ ଭାବେ କାର୍ଯ୍ୟ କରିବା ପାଇଁ ଯାଉଛନ୍ତି । ସେମାନେ ନିଜ ପଂଚାୟତ, ଶ୍ରମ ବିଭାଗ କିମ୍ବା ଏଥିପାଇଁ ଏକ ପୋର୍ଟାଲ ରେ ପଞ୍ଜିକରଣ କରିବା ଉଚିତ ।