This browser does not support the video element.
ଓରିଏଣ୍ଟ: ରୀତିନୀତି ଅନୁଯାୟୀ ହିଲଟପ କଲୋନୀ ପୂଜାମଣ୍ଡପରେ ଚାଲିଛି ମା ଦଶଭୁଜା ଦୁର୍ଗାଙ୍କର ପୂଜାର୍ଚ୍ଚନା, ଦର୍ଶନ ପାଇଁ ଭକ୍ତଙ୍କ ପ୍ରବଳ ଭିଡ
Orient, Jharsuguda | Sep 30, 2025
ଧରାଵତରଣ କରିଛନ୍ତି ମାଁ ଜଗତଜନନି ମହାମାୟା ଦୁର୍ଗା ଏବଂ ତାଙ୍କ ଆଗମନରେ ଚଳଚଞ୍ଚଳ ସମଗ୍ର ବ୍ରଜରାଜନଗର ଅଞ୍ଚଳ।ତେବେ ରୀତିନୀତି ଅନୁଯାୟୀ ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ହିଲଟପ କଲୋନୀ ପୂଜାମଣ୍ଡପରେ ଚାଲିଛି ମା ଦଶଭୁଜା ଦୁର୍ଗାଙ୍କର ପୂଜାର୍ଚ୍ଚନା ଏବଂ ମାଙ୍କ ଦର୍ଶନ ପାଇଁ ଆଜି ସନ୍ଧ୍ୟା ସାଢ଼େ ଛଅଟାରୁ ଭକ୍ତଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି। ଆଜି ହିଲଟପ କଲୋନୀ ପୂଜା ମଣ୍ଡପରେ ମାଆଙ୍କର ଅଷ୍ଟମୀବିହିତ ପୂଜା ସମସ୍ତ ରୀତିନୀତି ଅନୁଯାୟୀ କରାଯାଇଛି। ଏହା ସହିତ ପୂଜା କମିଟି ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେଉଛି।