This browser does not support the video element.
ପାଲଲହଡା: ଗଦାଶିଳା ଗ୍ରାମର ଓସିଏସ ପରୀକ୍ଷାରେ ସଫଳତା ପାଇଥିବା ସୁଦୀପ୍ତା ନାଏକଙ୍କୁ ଶୁଭେଚ୍ଛା ଜଣାଇଲେ ବିଧାୟକ ଓ ବ୍ଲକ ଅଧ୍ୟକ୍ଷ
Palalahada, Angul | Sep 29, 2025
ଓଡ଼ିଶା ପ୍ରଶାସନିକ ସେବା ଓସିଏସ ପରୀକ୍ଷାରେ ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ଅନ୍ତର୍ଗତ ଗଦାଶିଳା ଗାଁର ସୁଦିପ୍ତା ନାଏକ ୩୦୫ ନମ୍ବର ରାଙ୍କରେ ଉତୀର୍ଣ୍ଣ ହୋଇ ଅଞ୍ଚଳ ପାଇଁ ଗୌରବ ଆଣିଦେଇଛନ୍ତି l ଗଦାଶିଳା ଗାଁର ଏନଟିପିସିର କର୍ମଚାରୀ ଟିକନ୍ ନାଏକଙ୍କ ଝିଅ ସୁଦିପ୍ତା l ସୁଦୀପ୍ତାଙ୍କ ଏହି ସଫଳତା ଖବର ପାଇ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ଓ କଣିହାଁ ବ୍ଲକ ଅଧ୍ୟକ୍ଷ ରାମ କୃଷ୍ଣ ପ୍ରଧାନ ସୋମବାର ସକାଳ ୧୧ ଘଟିକା ସମୟରେ ତାଙ୍କ ଗଦାଶିଳା ସ୍ଥିତ ବାସଭବନରେ ପହଞ୍ଚି ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ ।