This browser does not support the video element.
କବିସୂର୍ଯ୍ୟନଗର: ପ୍ରଧାନମନ୍ତ୍ରୀ ମାନ୍ୟବର ମୋଦି ଙ୍କ ଜନ୍ମଦିନ ଅବସର ରେ କନ୍ୟାରୀବାଡ଼ି ଠାରେ ଅଙ୍ଗାରଗାଁ ମଣ୍ଡଳ ପକ୍ଷରୁ ରକ୍ତଦାନ ଶିବିର
Kabisuryanagar, Ganjam | Sep 26, 2025
ପ୍ରଧାନମନ୍ତ୍ରୀ ମାନ୍ୟବର ନରେନ୍ଦ୍ର ମୋଦି ଙ୍କ 75 ତମ ଜନ୍ମଦିନ ଅବସରରେ ବିଜେପି ପକ୍ଷରୁ ସେପ୍ଟେମ୍ବର 17 ରୁ ଅକ୍ଟୋବର 2 ତାରିଖ ପର୍ଯ୍ୟନ୍ତ ସେବା ପକ୍ଷ ପାଳନ କରିବା ପାଇଁ ସ୍ଥିର କରାଯାଇଛି । ସେହି ଅବସରରେ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ କନ୍ୟାରୀବାଡ଼ି ସ୍ଥିତ ମା ପାଦୁକେଇ କଲ୍ୟାଣ ମଣ୍ଡପ ପରିସରରେ ଶୁକ୍ରବାର ଦିନ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଅଙ୍ଗାରଗାଁ ବିଜେପି ମଣ୍ଡଳ ପକ୍ଷରୁ ଆୟୋଜିତ ଉକ୍ତ ରକ୍ତଦାନ ଶିବିରକୁ କବିସୂର୍ଯ୍ୟନଗର ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ନାୟକ ଯୋଗଦେଇ ଉଦଘାଟନ କରି ଶୁଭାରମ୍ଭ କରିଥିଲେ ।