This browser does not support the video element.
ଜି ଉଦୟଗିରି: ଦାରିଙ୍ଗବାଡ଼ି ଥାନା କିରିକୁଟି ପଞ୍ଚାୟତ ପୂର୍ବତନ ସରପଞ୍ଚ ଙ୍କୁ କେହି ଜଣେ ଦୁର୍ବୁତ୍ତ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି
G Udayagiri, Kandhamal | Sep 8, 2025
ଦାରିଙ୍ଗବାଡ଼ି ଥାନା କିରିକୁଟି ପଞ୍ଚାୟତ ପୂର୍ବତନ ସରପଞ୍ଚ ଙ୍କୁ କେହି ଜଣେ ଦୁର୍ବୁତ୍ତ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ଦାରିଙ୍ଗବାଡି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ଜଣାପଡିଛି। ପ୍ରକାଶ ଯେ, କିରିକୁଟି ପଞ୍ଚାୟତର ପୂର୍ବତନ ସରପଞ୍ଚ ତ୍ରିଲୋଚନ ପ୍ରଧାନ ଓରଫ ଟିଟୁ ତାଙ୍କ ସମ୍ପର୍କୀୟଙ୍କ ଘର ପାଟାଙ୍ଗି ଗ୍ରାମରେ ଦୀର୍ଘ ବର୍ଷ ହେଲା ରହିଆସୁଛନ୍ତି। ହେଲେ ଗତ କାଲି ରାତିରେ ଗାଁରେ କିଛି ସମୟ ପାଇଁ ବିଦ୍ୟୁତ୍ ଚାଲିଯାଇଥିବା ବେଳେ ସେତିକିବେଳେ ତାଙ୍କୁ କେହି ଜଣେ ଦୁର୍ବୁତ୍ତ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ।