This browser does not support the video element.
କଟକ ପୌରାଞ୍ଚଳ: ନାବାଳିକା ଅପହରଣ ମାମଲାରେ ବାରଙ୍ଗ ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଛି
Cuttack M Corp PS, Cuttack | Sep 12, 2025
ନାବାଳିକା ଅପହରଣ ମାମଲାରେ ବାରଙ୍ଗ ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରି ଶୁକ୍ରବାର ସନ୍ଧ୍ୟା ୬ଟାରେ କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଜଣକ ଗଞ୍ଜାମ ବଡଗଡ଼ ଥାନା ଅନ୍ତର୍ଗତ ବାହାରପୁର ଗ୍ରାମର ଅନିଲ ନାୟକ ଓରଫ ରାହୁଲ (୨୩)। ବାରଙ୍ଗ ଅଞ୍ଚଳରୁ ଜଣେ ନାବାଳିକାକୁ ଅପହରଣ କରାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ପୁଲିସ ଏକ ମାମଲା ରୁଜୁ କରିବା ସହ ଏକ ସ୍ବତନ୍ତ୍ର ଟିମ ଗଠନ କରି ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି। ନାବାଳିକାର ଡାକ୍ତରୀ ମାଇନା କରାଯାଇଥିବା ବେଳେ ଆଜି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି।