This browser does not support the video element.
ମହୁଲପାଲି: ମହୁଲପାଲି ବିଲେଇଗଡ଼ ପଡ଼ାର ନଳକୁଆଁ ରେ ପାଣି ଆଣିବା କୁ ଯାଇଥିବା ଜଣେ ବ୍ୟକ୍ତି ଙ୍କ ବିଦ୍ୟୁତ୍ ଆଘାତ ରେ ମୃତ୍ୟୁ
Mahulpalli, Sambalpur | Sep 9, 2025
ମହୁଲପାଲି ବିଲେଇଗଡ଼ ପଡ଼ା ର ଲୋକନାଥ ରୋହିଡାସ ପାଖ ନାଲକୁଆଁ କୁ ପାଣି ଆଣିବା ପାଇଁ ଯାଇଥିବା ବେଳେ ନଳକୁଆଁ ରେ ଲାଗିଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ତାଙ୍କ ମୃତ୍ୟୁ ହୋଇ ଥିଲା। ଏନେଇ ମହୁଲପାଲି ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ବେଳେ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୫ ଟା ସମୟରେ ତାଙ୍କ ପରିବାର ଲୋକ ଥାନାକୁ ଯାଇ ଉକ୍ତ ଦୁର୍ଘଟଣା ପାଇଁ ଦାୟୀ ବ୍ୟକ୍ତି ଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ସମେତ ପରିବାର କୁ କ୍ଷତିପୂରଣ ଦାବି କରିଥିଲେ। ସମସ୍ତ ପ୍ରକାର ର ସହାୟତା ଯୋଗାଇବା କୁ ପୋଲିସ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି।