This browser does not support the video element.
ମାଲକାନଗିରି: କୁଡୁମୁଲୁଗୁମ୍ମା ଗ୍ରାମ ପଞ୍ଚାୟତର ସରପଞ୍ଚ ମଙ୍ଗଳା ମାଢୀ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ ରେବତୀନାଥ ମାଝୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସ୍ଥ
Malkangiri, Malkangiri | Sep 7, 2025
କୁଡୁମୁଲୁଗୁମ୍ମା ଗ୍ରାମ ପଞ୍ଚାୟତର ସରପଞ୍ଚ ମଙ୍ଗଳା ମାଢୀ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ ରେବତୀନାଥ ମାଝୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସ୍ଥାନୀୟ ଗ୍ରାମ ନିକଟରେ ଥିବା ସରକାରୀ ଜାଗାରେ ଏକ ଆମିଷ ବଜାର ପାଇଁ ସ୍ଥାନ ନିରୂପଣ କରାଯାଇଛି । ଏହି ସ୍ଥାନ ନିରୂପଣ ଦ୍ବାରା ସବୁ ଆମିଷ ଦ୍ରବ୍ୟ ଯେପରିକି ମାଛ/ଚିଙ୍ଗୁଡ଼ି, କୁକୁଡ଼ା ମାଂସ ଓ ଛେଳି ମା°ସ ଭଳି ଆମିଷ ଦ୍ରବ୍ୟ ଆଉ ଏଠି ସେଠି, ଜନଗହଳି ସ୍ଥାନ ଏବଂ ବସ୍ତି ଅଞ୍ଚଳ ଠାରେ ନରହି ଟିକିଏ ଦୂରରେ ଥିବା ସରକାରୀ ଜାଗାରେ ଆମିଷ ବଜାର ପକାଇ ପାରିବେ ବୋଲି ପଞ୍ଚାୟତ ନିର୍ବାହୀ ଅଧିକାରୀ ଶ୍ରୀ ମାଝୀ କହିଛନ୍ତି ।