Download Now Banner

This browser does not support the video element.

ଗୋବିନ୍ଦପୁର: ନୂଆପଡ଼ା ଠାରେ ଜଣେ ମହିଳା ଙ୍କୁ ଅସଦାଚରଣ ନେଇ ଗୋବିନ୍ଦପୁର ଥାନା ରେ ଅଭିଯୋଗ

Govindpur, Sambalpur | Aug 22, 2025
ବାମରା ସ୍ଥିତ ନୂଆପଡ଼ା ଗ୍ରାମର ଜଣେ ମହିଳା ନିଜ ଘର ପାଖରେ ବସି ଥିବା ବେଳେ ଭାଗ୍ୟବତୀ ଖଡ଼ିଆ ତାଙ୍କୁ ତାଙ୍କ ରାସନ୍ ଚାଉଳ ବିକ୍ରି କରିବା ପାଇଁ କହିଥିଲେ। ଉକ୍ତ କଥା କୁ ନେଇ ଉଭୟ ଙ୍କ ମଧ୍ୟ ରେ ପାଟିତୁଣ୍ଡ ହୋଇ ଥିବା ବେଳେ ଭାଗ୍ୟବତୀ ଙ୍କ ସ୍ଵାମୀ ସୁରଜ୍ ଖଡ଼ିଆ ସେଠାକୁ ଯାଇ ସମ୍ପୃକ୍ତ ମହିଳା ଙ୍କୁ ଅଶାଳୀନ ଭାଷା ରେ ଗାଳିଗୁଲଜ କରିବା ସହ ତାଙ୍କ ଚୁଟି ଟାଣି ତାଙ୍କୁ ମାଡ ମାରିଥିଲେ। ଏନେଇ ଅଭିଯୋଗ ପାଇ ଗୋବିନ୍ଦପୁର ପୋଲିସ ଶୁକ୍ରବାର ସନ୍ଧ୍ୟା ୫ ଟା ସମୟରେ ଉଭୟ ପକ୍ଷଙ୍କୁ ଥାନା କୁ ଡ଼ାକି ବୁଝାସୁଝା କରିଥିବା ବେଳେ ପରବର୍ତ୍ତୀ ସମୟ ରେ ତାଙ୍କ ମଧ୍ୟ ରେ ଆପୋଷ ସମାଧାନ ହୋଇଥିଲା।
Read More News
T & CPrivacy PolicyContact Us