This browser does not support the video element.
ପୁରୀ ମ୍ୟୁନିସିପାଲଟି: ପୁଣି ଅନଲାଇନରେ ଜଗନ୍ନାଥ ପ୍ରେମୀଙ୍କୁ ଠକିବାକୁ ଚେଷ୍ଟା କରାଯାଇଛି, ସିଂହଦ୍ୱାର ଠାରେ ପ୍ରତିକ୍ରିୟା ରଖିଲେ ବରିଷ୍ଠ ସେବାୟତ l
Puri M, Puri | Aug 30, 2025
ଭକ୍ତଙ୍କ ଭାବାବେଗ ସହ ଖେଳ। ପୁଣି ଅନଲାଇନରେ ଜଗନ୍ନାଥ ପ୍ରେମୀଙ୍କୁ ଠକିବାକୁ ଚେଷ୍ଟା କରାଯାଇଛି। ଅନଲାଇନରେ ମହାପ୍ରଭୁଙ୍କ ପୂଜା ସହ ନିର୍ମାଲ୍ୟ, ଶୁଖିଲା ଭୋଗ ମିଳିବା ନେଇ ବିଜ୍ଞାପନ ପ୍ରକାଶ ପାଇଥିବା ଦେଖିବାକୁ ମିଳିଛି। 'ପୂଜା ପରିସେବା' ନାମକ ଏକ ଆପ୍ ମାଧ୍ୟମରେ ଏଭଳି ବିଜ୍ଞାପନ ଦିଆଯାଇଛି। ଚାରି ପ୍ରକାରର ପୂଜା ପାଇଁ ଅଲଗା ଅଲଗା ପ୍ରକାର ମୂଲ୍ୟ ରହିଛି। ତେବେ ଏହି ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ବରିଷ୍ଠ ସେବାୟତ। ଶ୍ରୀମନ୍ଦିରରେ ଅନଲାଇନର ଏଭଳି କୌଣସି ବ୍ୟବସ୍ଥା ନାହିଁ। ଭକ୍ତମାନେ ବାରମ୍ବାର ଅନଲାଇନରେ ଠକେଇ ହେଉଛନ୍ତି।