Download Now Banner

This browser does not support the video element.

ପୋଲସରା: ବୁଦ୍ଧଗିରି ବିଦ୍ଯାପୀଠ ନିକଟରେ ବାଇକ ଦୁର୍ଘଟଣାରେ ୨ ଶ୍ରମିକ ଗୁରୁତର, ବ୍ରହ୍ମପୁର ସ୍ଥାନାନ୍ତରିତ

Polasara, Ganjam | Mar 1, 2024
ଆଜି ସ୍ଥାନୀୟ ବୁଦ୍ଧଗିରି ବିଦ୍ୟାପୀଠ ନିକଟରେ ବିଦ୍ଯୁତ ଖମ୍ବକୁ ଧକ୍କା ଦେଇ ଦୁଇଜଣ ବାଇକ ଆରୋହୀ ଗୁରୁତର ଅବସ୍ଥାରେ ବ୍ରହ୍ମପୁରକୁ ସ୍ଥାନାନ୍ତର ହୋଇଥିବା ଜଣାପଡିଛି। ଗୁରୁତର ଦୁଇ ଜଣ ହେଲେ ବେଲଗୁଣ୍ଠା ଥାନା ଅନ୍ତର୍ଗତ ଆମ୍ବପୁଆ ଗ୍ରାମର ରଞ୍ଜନ ନାଇକ (୩୫) ଓ ଗାଙ୍ଗପୁର ଥାନା ଅନ୍ତର୍ଗତ କଣ୍ଟେଇପଲ୍ଲୀ ଗ୍ରାମର ପିଣ୍ଟୁ ନାଇକ (୩୩)। ବୁଗୁଡା ଅଞ୍ଚଳର ଏକ ଇଟାଭାଟିରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ରଞ୍ଜନ ଓ ପିଣ୍ଟୁ ଦୁହେଁ ଅନ୍ଯ ଜଣେ ଶ୍ରମିକ ସାଗର ନାଇକର ବାଇକରେ ବସି ବୁଗୁଡ଼ାରୁ ଇଟାଭାଟିକୁ ଯାଉଥିବା ସମୟରେ ଦୁର୍ଘଟଣା ଘଟିଥିଲା।
Read More News
T & CPrivacy PolicyContact Us