This browser does not support the video element.
ସିମୁଳିଆ: ଝାମ୍ପୁରା ଗ୍ରାମ ରେ ଲଗାଣ ବର୍ଷା ରେ ପ୍ରଭାବିତ ପରିବାର ନିକଟରେ ପହଁଚିଲେ ବିଧାୟକ,
Similia, Balasore | Aug 24, 2025
ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ରେମୁଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବଡପାଳ ଗ୍ରାମପଞ୍ଚାୟତ ର ଝାମ୍ପୁରା ଗ୍ରାମର ତିନି ଗୋଟି ଆଦିବାସୀ ପରିବାର ପ୍ରଭାବିତ ହୋଇଥିଲେ। ଖବର ପାଇ ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ,ରେମୁଣା ବ୍ଲକ ବିଡ଼ିଓ, ତହସିଲଦାର ଏବଂ ଜଳସେଚନ ବିଭାଗ ର ଅଧିକାରୀ ଙ୍କ ସହ ଉକ୍ତ ସ୍ଥାନରେ ପହଞ୍ଚି ତୁରନ୍ତ ସେମାନଙ୍କୁ ନିକଟସ୍ଥ ବାତ୍ୟା ଆଶ୍ରୟସ୍ଥଳୀ କୁ ସୁରକ୍ଷିତ ଭାବରେ ସ୍ଥାନାନ୍ତରଣ କରିଥିଲେ। ଏଥି ସହିତ ଉକ୍ତ ପରିବାର ଙ୍କୁ ଖାଦ୍ୟ ପେୟ ପ୍ରଦାନ କରାଇବା ପାଇଁ ଅଧିକାରୀଙ୍କୁ ନିର୍ଦେଶ ଦେଲେ ବିଧାୟକ l