This browser does not support the video element.
ବାଲେଶ୍ବର ମ୍ୟୁନିସିପାଲଟି: ରାଇବଣିଆ ଠାରେ ବାଇକ ରୁ ଖସିପଡ଼ି ଗୁରୁତର ମହିଳା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ
Baleshwar M, Balasore | Aug 28, 2025
ଆଜି ଦିନ ଗୋଟାଏ ବେଳେ ବାଇକ ରୁ ଖସିପଡ଼ି ଗୁରୁତର ମହିଳା ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି।ମୃତ ମହିଳା ହେଲେ ରାଇବଣିଆ ଥାନା ହାତିଗଡ କଙ୍କଡାବଣ ଅଞ୍ଚଳର ସୁଶାନ୍ତ ଭକ୍ତ ଙ୍କ ସ୍ତ୍ରୀ ପୁଷ୍ପା ଭକ୍ତ। ପୁଷ୍ପା ସ୍ବାମୀଙ୍କ ସହ ବାଇକ ରେ ବସି ଯାଉଥିବା ବେଳେ ରାଇବଣିଆ ଠାରେ ଚଳନ୍ତା ବାଇକ ରୁ ଖସିପଡ଼ି ଗୁରୁତର ହୋଇଥିଲେ।ତାଙ୍କୁ ପ୍ରଥମେ ହାତିଗଡ ଡାକ୍ତରଖାନା ଓ ପରେ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଏ ସଂପର୍କରେ ଟାଉନ ଥାନାରେ ଏକ ମାମଲା ରୁଜୁ ହୋଇଛି।