This browser does not support the video element.
ବୀରମିତ୍ରପୁର: ନୂଆଗାଁ ବ୍ଲକର ମଧୁପୁର ଗ୍ରାମରେ ନାଗସାପକୁ ଉଦ୍ଧାର କରି ଦିଆଗଲା ବନବିଭାଗକୁ ଖବର।
Biramitrapur, Sundargarh | Sep 30, 2025
ନୂଆଗାଁ ବ୍ଲକର ମଧୁପୁର ଗ୍ରାମରୁ ସାପଟିଏ ଉଦ୍ଧାର କରି ବନବିଭାଗକୁ ଖବର ଦିଆଯାଇଛି।ପ୍ରାପ୍ତିସୂଚନାନୁସାରେ ମଧୁପୁର ଗ୍ରାମର ରଣଜିତ ମାଝୀଙ୍କ ଶୋଇବାଘରେ ସାପ ପଶିଥିବାର ଦେଖି ସେ ନୂଆଗାଁର ସ୍ନେକମାଷ୍ଟର ଜୟସଙ୍କର ଠାକୁରଙ୍କୁ ଖବର ଦେଇଥିଲେ।ଖବର ପାଇ ଜୟସଙ୍କର ଠାକୁର ଘଟଣାସ୍ଥଳରେ ପହଞ୍ଚି ବିଭିନ୍ନ କୌଶଳ ପ୍ରୟୋଗ କରି ସାପଟିକୁ ଧରିବାରେ ସଫଳ ହୋଇଥିଲେ।ସାପଟି ନାଗସାପ ଓ ଲମ୍ବା ପ୍ରାୟ ୩ଫୁଟରୁ ଉର୍ଦ୍ଧ୍ବ ବୋଲି ଜଣାପଡିଛି।ସାପଟିକୁ ଉଦ୍ଧାର କରି ବନବିଭାଗକୁ ଖବର ଦେଇଥିବା ସୂଚନା ମିଳିଛି।