This browser does not support the video element.
ଜମନକିରା: ରାଙ୍କୀବାହାଲ ଥାଏ ବିଦ୍ୟୁତ୍ ସଂସ୍ପର୍ଷ ରେ ଆସି ଜଣେ ଯୁବକ ଙ୍କ ମୃତ୍ୟୁ
Jamankira, Sambalpur | Sep 25, 2025
ଜମନକିରା ଥାନା ଟିକିବା ପଞ୍ଚାୟତ ଅନ୍ତର୍ଗତ ରାଙ୍କୀବାହାଲ ଗ୍ରାମରେ ବିଦ୍ୟୁତ ଆଘାତ ରେ ଜଣେ ଯୁବକ ଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ସୂଚନା ଅନୁଯାଇ, ଗୁରୁବାର ସନ୍ଧ୍ୟା ପ୍ରାୟ ୬ ଟା ସମୟରେ ଅର୍ଡାପାଲ ଗ୍ରାମର ନୀଳମଣି ଲୁହୁରା କୌଣସି କାମରେ ରାଙ୍କିବାହାଲ ଗ୍ରାମ ଆଡ଼କୁ ଯାଇଥିଲେ। ରାସ୍ତାରେ ଯାଉଥିବା ସମୟରେ ରାସ୍ତା କଡରେ ପଡ଼ିଥିବା ଏକ ଶୁଖୁଲା ଗଛ ଉପରେ ଛତୁ ଫୁଟିଥିବା ଦେଖି ଗଛ ଉପର କୁ ଚଢି ଛତୁ ତୋଳୁଥିବା ସମୟରେ ଉପରେ ଯାଇଥିବା ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ତାଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ସୂଚନା ପାଇ ଜମନକିରା ପୋଲିସ ଯାଞ୍ଚ ଆରମ୍ଭ କରିଛନ୍ତି।