This browser does not support the video element.
ବଲାଙ୍ଗୀର: ଭଇଁସା ଗ୍ରାମ ରେ ମଦପିଇ ଗଣ୍ଡଗୋଳ ଥାନାର ଦ୍ୱାରସ୍ଥ ହେଲେ ଜଣେ ବ୍ୟକ୍ତି
Balangir, Balangir | Aug 23, 2025
ଭଇଁସା ଗ୍ରାମରେ ମଦ ପିଇ ଗଣ୍ଡଗୋଳ କରିବା ଅଭିଯୋଗ ଗ୍ରାମବାସୀ ପ୍ରତୁଶ ରଞ୍ଜନ ଷଡ଼ଙ୍ଗୀଙ୍କୁ ଜୀବନରେ ମାରିଦେବାକୁ ଧମକ ଦିଆଯାଇଥିବା ଅଭିଯୋଗ ମିଳିଛି। ଏହାକୁ ନେଇ ଭୟଭିତ ହୋଇ ସେ ଲୋଇସିଂହା ଥାନାରେ ଲିଖିତ ଅଭିଯୋଗ ଦାୟର କରିଛନ୍ତି। ସେ କହିଛନ୍ତି, ଗ୍ରାମରେ ମଦ ବିକ୍ରୀ ହେଉଥିବା ଖବର ପୋଲିସକୁ ଦେଇଥିବା ସନ୍ଦେହରେ କିଛି ଲୋକେ ତାଙ୍କୁ ଲକ୍ଷ୍ୟ କରି ଅଶ୍ଳୀଳ ଭାଷାରେ ଗାଳି ଗଲାଜ କରିଛନ୍ତି। ସହିତେ ମାରିବାକୁ ମଧ୍ୟ ପ୍ରୟାସ କରିଥିବା ଅଭିଯୋଗ ରହିଛି। ଏହା ପରେ ସେ ଆଇନର ସହାୟତା ପାଇଁ ପୋଲିସର ଦ୍ୱାରସ୍ଥ ହୋଇଥିବା କଥା ଆଜି ରାତି ୯ଟା ସମୟ ରେ କହିଛନ୍ତି।