This browser does not support the video element.
ଜଗତସିଂହପୁର: ପ୍ରଫେଟ ମହମ୍ମଦଙ୍କ ଜୟନ୍ତୀ ଅବସରରେ ଥାନାଛକରେ ଚାରାବଣ୍ଟନ ,ମୁଖ୍ୟଅତିଥିଭାବେ ଯୋଗଦେଇ ପ୍ରତିକ୍ରିୟା ରଖିଲେ ଏସଡ଼ିପିଓ ଆଞ୍ଜିକ୍ୟ ମାଣେ
Jagatsinghapur, Jagatsinghpur | Sep 5, 2025
ଇସଲାମ ଧର୍ମଗୁରୁ ପ୍ରଫେଟ ମହମ୍ମଦଙ୍କ ଜନ୍ମଜୟନ୍ତୀ ଅବସରରେ ଜଗତସିଂହପୁର ଜିଲ୍ଲା ମାଇନରୀଟି ଫାଉଣ୍ଡେସନ ତରଫରୁ ଥାନାଛକରେ ଚାରାବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ । ଆଜି ମଧ୍ୟାହ୍ନ ୧୨ ଟାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜଗତସିଂହପୁର ଏସଡ଼ିପିଓ ଆଞ୍ଜିକ୍ୟ ମାଣେ ମୁଖ୍ୟଅତିଥିଭାବେ ଯୋଗଦେଇ ଚାରାବଣ୍ଟନ କାର୍ଯ୍ୟର ଶୁଭାରମ୍ବ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜଗତସିଂହପୁର ଥାନାଅଧିକାରୀ ସରୋଜକାନ୍ତ ସାମଲ ଓ ଜିଲ୍ଲା ମାଇନରୀଟି ଫାଉଣ୍ଡେସନର କର୍ମକର୍ତା ଉପସ୍ଥିତ ଥିଲେ । ଏହି ଅବସରରେ ଏସଡିପିଓ ଆଞ୍ଜିକ୍ୟ ମାଣେ ରଖିଥିଲେ ନିଜର ପ୍ରତିକ୍ରିୟା ।