This browser does not support the video element.
ଓରିଏଣ୍ଟ: ଇବ ନଦୀ ଓପିଏମ ଘାଟରୁ ନଦୀ ସ୍ରୋତରେ ରେଳବାଇ କର୍ମଚାରୀ ଭାସିଯିବା ଘଟଣା, ମିଳିନି ପତ୍ତା
Orient, Jharsuguda | Aug 26, 2025
ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଥାନା ଅନ୍ତର୍ଗତ ଇବ ନଦୀ ଓପିଏମ ଘାଟରେ ବନ୍ୟାଜଳ ଦେଖିବାକୁ ଯାଇଥିବା ସମୟରେ ନଦୀର ପ୍ରଖର ସ୍ରୋତରେ ରେଳବାଇ କର୍ମଚାରୀ ଭାସିଯିବା ଘଟଣା, ୨୪ ଘଣ୍ଟାରୁ ଅଧିକ ସମୟ ହୋଇଥିବା ସତ୍ତ୍ୱେ ଆଜି ମଙ୍ଗଳବାର ଦିନ ଚାରିଟା ସମୟଯାଏଁ ମିଳିନାହିଁ ନିଖୋଜ ରେଲୱେ କର୍ମଚାରୀ ମନିଷ କୁମାର ଙ୍କର କୌଣସି ପତ୍ତା। ତେବେ ଆଜି ସକାଲୁ ଅଗ୍ନିଶମ ବିଭାଗ ଏବଂ ଓଡ୍ରାଫ ଟିମ ମିଳିତ ଭାବରେ ରେଲୱେ କର୍ମଚାରୀ ମନିଷ କୁମାର ଙ୍କୁ ଖୋଜାଖୋଜି କରୁଛନ୍ତି କିନ୍ତୁ ବର୍ତ୍ତମାନ ସୁଦ୍ଧା ତାଙ୍କର ପତ୍ତା ମିଳି ପାରିନାହିଁ ଏବଂ ଘଟଣାକୁ ନେଇ ତାଙ୍କ ପରିବାର ଲୋକଙ୍କୁ ସୂଚନା ଦିଆଯାଇଛି।