This browser does not support the video element.
ବଲାଙ୍ଗୀର: ଚାଣ୍ଟିମୁଣ୍ଡା ଗିରିଗୋବର୍ଦ୍ଧନ ପୀଠରେ ଯାଦବ ସମାଜ ତରଫରୁ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଆୟୋଜିତ
Balangir, Balangir | Sep 11, 2025
ଆଜି ଅପରାହ୍ନ ୧ଟା ସମୟରେ ବଲାଙ୍ଗିର ବ୍ଲକ୍ ଯାଦବ ସମାଜ ତରଫରୁ ଆଜି ସ୍ଥାନୀୟ ଚାଣ୍ଟିମୁଣ୍ଡା ଗିରିଗୋବର୍ଦ୍ଧନ ପୀଠରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଗୋଲାପ ବାଗ । ବଲାଙ୍ଗିର ବ୍ଲକର ୨୫ଟି ପଞ୍ଚାୟତରୁ ଯାଦବ ସମାଜର କାର୍ଯ୍ୟକର୍ତ୍ତା ଓ ଯୁବ ବନ୍ଧୁମାନେ ଏହି କାର୍ଯ୍ୟକ୍ରମରେ ଭାଗନେଇଥିଲେ । ସାମୂହିକ ସହଭାଗୀତା, ପାରମ୍ପରିକ ଆନନ୍ଦ ଓ ଭାତୃତ୍ୱର ପରିବେଶ ମଧ୍ୟରେ ନୂଆଁଖାଇ ପର୍ବକୁ ଧୁମ୍ଧାମରେ ପାଳନ କରାଗଲା ।