This browser does not support the video element.
ହିନ୍ଦୋଳ: ରାସୋଳ ଏନ୍ ଏ ସି ଦାବି ଯୋର ଧରିଲା,ସ୍ଥାନୀୟ ବଙ୍ଗଳାରେ ଆନ୍ଦୋଳନ ପାଇଁ ସଜବାଜ
Hindol, Dhenkanal | Aug 23, 2025
ରାସୋଳ pwd ବଙ୍ଗଳା ଠାରେ ଶନିବାର ସନ୍ଧ୍ୟା 7ଟା ବେଳେ ରାସୋଳକୁ NAC ଦାବୀ ନେଇ ଆନ୍ଦୋଳନ ପାଇଁ ସଜବାଜ ଆରମ୍ଭ ହୋଇଛି। ପୂର୍ବ ସରକାର ଘୋଷଣା କରିଥିବା ବେଳେ ଏବେର ସରକାର ଏହି ତାଲିକାରେ ନାଁ ନଥିବାରୁ ଉଦବେଗ ପ୍ରକାଶ ପାଇଥିଲା। ବିକାଶ ପରିଷଦ ସଭାପତି ପୂର୍ବତନ ବିଧାୟକ ମହେଶ୍ୱର ନାଏକଙ୍କ ସଭାପତିତ୍ୱରେ ସମ୍ପାଦକ ଭାସ୍କର ନାୟକ, ଉପସଭାପତି ସଞ୍ଜୟ ଆଚାର୍ଯ୍ୟ, ସନରାଇଜ କ୍ଲବ,କୁମାର କ୍ଲବ,ଆମ୍ବେଦକର ସେବା ସଂଗଠନ କର୍ମକର୍ତାଙ୍କ ସମେତ ବହୁ ବୁଦ୍ଧିଜୀବୀ, ବରିଷ୍ଟ ନାଗରିକ, ସାମ୍ବାଦିକ,ସମାଜସେବୀ ମାନେ ସାମିଲ ହୋଇଥିଲେ।