This browser does not support the video element.
ପଦ୍ମପୁର: ବରିକେଲ ଠାରେ ଥିବା ଜିଲ୍ଲା କୃଷି ଅଧିକାରୀ ଙ୍କ କାର୍ଯ୍ୟାଳୟରୁ ଲକ୍ଷାଧିକ ଟଙ୍କା ଉଠାଇ ନେଇଥିବା ନେଇ ଥାନାରେ ଅଭିଯୋଗ
Padmapur, Bargarh (Baragarh) | Sep 9, 2025
ପଦ୍ମପୁର ଜିଲା କୃଷି ବିଭାଗ କାର୍ଯ୍ୟାଳୟରେ ଏକ ବଡ ଧରଣର କେଲେଙ୍କାରୀ ସାମ୍ନାକୁ ଆସିଛି । କାର୍ଯ୍ୟାଳୟର ବରିଷ୍ଠ କିରାଣୀ ଏବଂ ପିଅନ ଲକ୍ଷାଧିକ ଟଙ୍କା ଉଠାଇ ନେଇଥିବା ପଦ୍ମପୁର ଥାନାରେ ଜିଲା କୃଷି ଅଧିକାରୀ ପ୍ରଭାସ ଚନ୍ଦ୍ର ପଣ୍ଡା ଲିଖିତ ଅଭିଯୋଗ କରିଛନ୍ତି ।ଅଭିଯୋଗ ମୁତାବକ, ପଦ୍ମପୁର ବରିକେଲରେ ଥିବା ଜିଲା କୃଷି ଅଧିକାରୀଙ୍କ କାର୍ଯାଳୟର ବରିଷ୍ଠ କିରାଣୀ କ୍ଷୀରୋଦ୍ର ଭୋଇ ଗତ୨୨।୭।୨୫ ତାରିଖରେ ବିଲ ନମ୍ବର ୨୩ରେ ୧୪ଲକ୍ଷ ୬୦ହଜାର ୧୦ ଟଙ୍କା ଓ ତା ୧୧.୬.୨୫ରେ ୮ଲକ୍ଷ ୨୪ହଜାର ୨୨୫ ଟଙ୍କା ମୋଟ ୨୨ ଲକ୍ଷ ୩୦ ହଜାର ୨୨୫ ଟଙ୍କା ପିଅନ ରୂପକ ସାହୁଙ୍କ ଏଚଡିଏଫସି ବ୍ୟାଙ୍କ ଏକାଉଣ୍ଟକୁ