This browser does not support the video element.
ଢେଙ୍କାନାଳ ସଦର: ସ୍ଥାନୀୟ ମିନି ଷ୍ଟାଡିୟମଠାରେ ସ୍ଵାୟତ୍ତ ଶାସନ ଦିବସ ୨୦୨୫ ପାଳିତ
Dhenkanal Sadar, Dhenkanal | Aug 31, 2025
ଢ଼େଙ୍କାନାଳ ସହରସ୍ଥ ସ୍ଥାନୀୟ ମିନି ଷ୍ଟାଡିୟମଠାରେ ରବିବାର ସନ୍ଧ୍ୟା ୭ଟାରେ ସ୍ଵାୟତ୍ତ ଶାସନ ଦିବସ ୨୦୨୫ ପାଳିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସମ୍ମାନୀତ ଅତିଥିଭାବେ ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ର,ଉପାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର କୁଅଁର, ସାଂସଦଙ୍କ ପ୍ରତିନିଧି ରୁଦ୍ର ନାରାୟଣ ତ୍ରିପାଠୀ, ଜିଲ୍ଲାପାଳ ଆଶିଷ ଇଶ୍ଵର ପାଟିଲ , ସିଡିଓ ଦିପ୍ତି ରଂଜନ ସେଠୀ, ପୌର ନିର୍ବାହୀ ଅଧିକାରୀ ଅଶ୍ୱିନୀ କୁମାର ଦାସ ଏବଂ ବିଭିନ୍ନ ୱାର୍ଡର କାଉନସିଲର ମାନେ ମଞ୍ଚାସିନ ହୋଇଥିଲେ ।