Download Now Banner

This browser does not support the video element.

ଦେବଗଡ: ଜିଲ୍ଲାରେ ବଜ୍ରପାତ ଓ ଝଡବର୍ଷା ସମ୍ଭାବନା, ଆଜି ଠାରୁ ୨୯ ତାରିଖ ସକାଳ ପର୍ଯ୍ୟନ୍ତ ୟେଲୋ ୱାର୍ଣ୍ଣିଂ ଜାରି

Debagarh, Debagarh (Deogarh) | Aug 24, 2025
ଦେବଗଡ ଜିଲ୍ଲାରେ ବଜ୍ରପାତ ଏବଂ ଝଡବର୍ଷା ସମ୍ଭାବନା ରହିଥିବା ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି । ଏଥିସହ ଆଜି ଠାରୁ ଆସନ୍ତା ୨୯ ତାରିଖ ସକାଳ ପର୍ଯ୍ୟନ୍ତ ୟେଲୋ ୱାର୍ଣ୍ଣିଂ ସହିତ ଦେବଗଡ ଜିଲ୍ଲାକୁ ସତର୍କ ସୂଚନା ଦିଆଯାଇଛି । ବିଜୁଳି, ଘଡଘଡି ସହିତ ୩୦ ରୁ ୪୦ କିମି ବେଗରେ ଝଟକା ପବନ ହେବାର ସମ୍ଭାବନା ରହିଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ କେତେକ ସ୍ଥାନରେ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ରାଜ୍ୟରେ ଏକ ଲଘୁଚାପ ସୃଷ୍ଟି ହୋଇଥିବା ବେଳେ ଆସନ୍ତା ୨୫ ତାରିଖରୁ ଆଉ ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି ।
Read More News
T & CPrivacy PolicyContact Us