This browser does not support the video element.
ବସ୍ତା: ସନ୍ତୋଷପୁର ଛକ ନିକଟରେ କାର ଧକ୍କାରେ ବାଇକ ଆରୋହୀ ଗୁରୁତର, ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି
Basta, Balasore | Aug 22, 2025
ବସ୍ତା ଥାନା 60ନମ୍ବର ଜାତୀୟ ରାଜପଥର ସନ୍ତୋଷପୁର ଛକ ନିକଟରେ କାର ଧକ୍କାରେ ଜଣେ ବାଇକ ଆରୋହୀ ଗୁରୁତରହୋଇଛନ୍ତି। ସୂଚନା ଅନୁସାରେ ଆଜି ଜଣେ ବାଇକ (ଓଡ଼ି ୦୧ ଏଭି ୪୩୧୨) ଆରୋହୀ ବାଲେଶ୍ବର ଅଭିମୁଖେ ଯାଉଥିବା ସମୟରେ ରଙ୍ଗରୁଟରେ ଆସୁଥିବା କାର (ଓଡ଼ି ୦୧ ଏଏକ୍ସ ୬୫୫୧) ତାଙ୍କୁ ଧକ୍କା ଦେଇଥିଲା। ଚାଳକ ଜଣକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ବସ୍ତା ହସ୍ପିଟାଲକୁ ପଠାଯାଇଥିବା ବେଳେ ବସ୍ତା ଥାନା ପୁଲିସ ପହଞ୍ଚି ଗାଡ଼ି ଦୁଇଟିକୁ ଜବତ୍ କରି ତଦନ୍ତ ଜାରି ରଖିଛି।