This browser does not support the video element.
ଆଳି: ଅଟାଳ ଛକରେ ଅଟୋ ସହ ବାଇକ ମୁହାଁମୁହିଁ ଧକ୍କାରେ ବାଇକ ଚାଳକ ଗୁରୁତର, କଟକ ମେଡ଼ିକାଲ ସ୍ଥାନାନ୍ତର
Aali, Kendrapara | Mar 8, 2024
ଅଟାଳ ଛକ ରାସ୍ତାରେ ଆଜି ପୂର୍ବାହ୍ନରେ ଅଟୋ ସହ ବାଇକ ମୁହାଁମୁହିଁ ଧକ୍କା ହୋଇଛି ଏଥିରେ ବାଇକ ଚାଳକଙ୍କ ଛାତିରେ ଗଭୀର ଆଘାତ ଲାଗିଥିଲା। ତାଙ୍କୁ ପ୍ରଥମେ ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରେ କଟକ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି। ବାଇକ ଚାଳକ ଜଣକ ହେଉଛନ୍ତି ସାନଆଙ୍କ ଗ୍ରାମର ଉଦୟ କର ପାଢ଼ୀ (୭୦)। ସେ କୌଣସି କାମରେ ଅଟାଳ ଗ୍ରାମକୁ ଯାଉଥିବା ସମୟରେ ଅଟୋ ସହିତ ଭାରସାମ୍ୟ ହରାଇ ଧକ୍କା ହୋଇଥିଲେ।